ପିଆଜର ଦରବୃଦ୍ଧିକୁ କଂଗ୍ରେସର ବିରୋଧ । ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ କରିଛନ୍ତି ଯୁବ ଛାତ୍ର କଂଗ୍ରେସ କର୍ମୀ । କଂଗ୍ରେସ ଭବନରୁ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ରାଲି କରିବା ସହିତ ବେକରେ ପିଆଜ ମାଳ ପକାଇ ପିଆଜ ଦର ୧୫୦ ଆପଣମାନେ ଖୁସି ତ ସ୍ଲୋଗାନ ଦେଇଥିଲେ । ରାଲିରେ ଯାଇ ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ କରିଛନ୍ତି କର୍ମୀମାନେ । ପିଆଜ ଦର ବୃଦ୍ଧି ନେଇ ଗତକାଲି ବୈଠକ ବସିଥିଲା । ଚଳିତମାସ ଶେଷ ସୁଦ୍ଧା କିମ୍ବା ଜାନୁଆରୀ ପହିଲାରୁ ପିଅ୍ଧକ୍ସ ଦର ଖସିବ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୁଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here