ସ୍କୁଲ ନଯିବାକୁ ଜିଦ୍ କରି ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗର ବ୍ଲକ ପଶୁଦା ଗାଁରେ । ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ମାତ୍ର ନିଆଁରେ ପ୍ରାୟ ନବେଭାଗ ପୋଡି ଯାଇଥିବା ଛାତ୍ର ଶେଷରେ ଆଖି ବୁଜି ଦେଇଥିଲା । ଛାତ୍ରଙ୍କ ବାପା ନବୀନ ମାରାଣ୍ଡି କହିବାନୁସାରେ, ନବମ ଶ୍ରେଣୀରେ ପଢୁଥିବା ପୁଅ ସ୍କୁଲ ନଯିବାକୁ ଜିଦ୍ କରିବାରୁ ତାଙ୍କ ବଡଝିଅ ଗାଳି କରିଥିଲା । ଫଳରେ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଛାତ୍ର ଜଣକ ଘର ଭିତରକୁ ଯାଇ କବାଟ ବନ୍ଦ କରି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ମଧ୍ୟ ତାକୁ ବଞ୍ଚାଇ ପାରି ନଥିଲେ ।

LEAVE A REPLY

Please enter your comment!
Please enter your name here