ପୁଅ ମୃତ୍ୟୁକୁ ୪ଦିନ ନପୁରୁଣୁ ଆଖି ବୁଜିଦେଲା ମା’ । ପିପିଲିର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରିବାର ଉପରେ ଆଉ ଏକ ବିପତ୍ତି । ପୁଅ ପଛେ ପଛେ ମା’ ବି ଚାଲିଗଲେ । ୪ ଦିନ ତଳେ ଅଜିତ୍ ମଙ୍ଗରାଜଙ୍କର ପରଲୋକ ହୋଇଥିବାବେଳେ ଗତ ରାତିରେ ତାଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ହୃଦଘାତ ପରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କ୍ଷେତ୍ରମଣି କୋଭିଡ ଆକ୍ରାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । କୋଭିଡ ନିୟମ ଅନୁଯାୟୀ ଶବ ସତ୍କାର ହେବ ବୋଲି ପରିବାର ଲୋକମାନେ କହିଛନ୍ତି । ୪ଦିନ ତଳେ ପିପିଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ସ୍ଥଗିତ ରହିଛି ପିପିଲି ଉପନିର୍ବାଚନ ।

LEAVE A REPLY

Please enter your comment!
Please enter your name here