ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଯାଜପୁର ବନ୍ଦ ଡାକରା । ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଶାସକ ଦଳକୁ ସୁରକ୍ଷା ଦେବାକୁ ଏସପି ଉଦ୍ୟମ କରୁଥିବା ଏବଂ ରାଜନୈତିକ ଉଦେଶ୍ୟରେ ଘଟଣାକୁ ରଫା ଦଫା କରିବାକୁ ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ କରିଛି । ସେପଟେ ସ୍ମିତାରାଣୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଚାଲିଛି ଚର୍ଚ୍ଚା । ତେବେ ଯଦି ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କ ଘରେ କିମ୍ବା ଶାଶୂଘରେ ଆତ୍ମହତ୍ୟା କଲେ ନାହିଁ କାହିଁକି । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଫାର୍ମ ହାଉସରେ କାହିଁକି କଲେ ଆତ୍ମହତ୍ୟା । ଦିନ ଦ୍ୱିପହରରେ ଏତେ ଲୋକଙ୍କ ଉପସ୍ଥିତିରେ ସେ କିପରି ଆତ୍ମହତ୍ୟା କଲେ । ଘଟଣାର ଅନ୍ୟମାନଙ୍କ ସମ୍ପୃକ୍ତିକୁ ପ୍ରମାଣ କରିବାକୁ ପୋଲିସ ପଛଘୁଞ୍ଚା ଦେଉଛି କି । ଏ ସବୁ ପ୍ରଶ୍ନ ଏବେ ମାମଲାକୁ ଅଧିକ ଜଟିଳ କରିଦେଇଛି ।

LEAVE A REPLY

Please enter your comment!
Please enter your name here