ପୁଣି ଭାରରେ ବୁହା ହୋଇଛନ୍ତି ଗର୍ଭବତି । ଆଦୀବାସି ବହୁଳ ଅଞ୍ଚଳରେ ପୁଣି ସାମ୍ନାକୁ ଆସିଲା ବିକାଶର ନଗ୍ନ ରୂପ । ରାସ୍ତା ନଥିବାରୁ ଗର୍ଭବତିଙ୍କୁ ଭାରରେ ବୁହାଇଲେ ଆମ୍ବୁଲାନ୍ସ କର୍ମଚାରୀ । ଏ ଦୃଶ୍ୟ ହେଉଛି ମାଳକାନଗିରି ମାଥିଲି ବ୍ଳକ ବେଙ୍ଗପାଣି ଗାଁର । ଜଣେ ଗର୍ଭବତୀଙ୍କୁ ମେଡିକାଲକୁ ଆଣିବାକୁ ଆମ୍ବୁଲାନ୍ସ ଯାଇଥିଲେ ବି ରାସ୍ତା ନଥିବାରୁ ପରିବାର ଲୋକଙ୍କ ସହ ମିଶି ବେଙ୍ଗପାଣିରୁ ବେଡିନିଗୁଡା ଯାଏ ଭାରରେ ବୋହିଥିଲେ ଆମ୍ବୁଲାନ୍ସ କର୍ମଚାରୀ । ପ୍ରାୟ ଦେଢ କିଲୋମିଟର ଭାରାରେ ବୁହାହୋଇ ମେଡିକାଲକୁ ନିଆଯାଇଛି । ପ୍ରସୁତି ଜଣକ ଏବେ ମାଥିଲି ମେଡିକାଲରେ ଚିକସôିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ରହିଛି ।