ଲୁହ ଭିଝା ଆଖି । ଛାତିରେ କୋହ । ପୁତ୍ର ସନ୍ତାନ ନଥିବାରୁ ଶବକୁ କିଏ କାନ୍ଧ ଦେବ ତାକୁ ନେଇ ଗାଁ ଲୋକଙ୍କ ମନରେ ଥିଲା ଅନେକ ପ୍ରଶ୍ନ । ହଠାତ୍ ବାପାଙ୍କ ଶବକୁ କାନ୍ଧ ଦେବାକୁ ସାମ୍ନାକୁ ଆସିଲେ ୩ ଭଉଣୀ । କୋକେଇ ଧରି ଛାତିକୁ ପଥର କରି ଶ୍ମଶାନ ଗଲେ । ମାଲକାନଗିରିର ଏହି ଘଟଣା ସାରା ରାଜ୍ୟରେ ଆଲୋଚନାର ବିଷୟ ପାଲଟିଛି । ମାଲକାନଗିରି ସଦର ମହକୁମା କୁମୁଟିଗୁଡାରେ ରହୁଥିଲେ ସୁଶାନ୍ତ ପଟ୍ଟନାୟକ । ପରିବାର କହିଲେ ପତ୍ନୀ ଓ ତିନି ଝିଅ । ବ୍ୟବସାୟ କରି ପରିବାର ଭରଣ ପୋଷଣ କରୁଥିଲେ । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ପ୍ରଥମେ ତାଙ୍କୁ ମାଲକାନଗିରି ଏବଂ ପରେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିସôାଧିନ ଅବସ୍ଥାରେ ତାଙ୍କର ହଠାତ୍ ମୃତୁ୍ୟ ହୋଇଛି । ମୃତୁ୍ୟବେଳକୁ ଦୁଇ ଝିଅ ବାପାଙ୍କ ପାଖରେ ଥିବାବେଳେ ବଡ ଝିଅ ବ୍ରହ୍ମପୁରରୁ ଆସି ପହଁଞ୍ଚିଥିଲେ । ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ, ପୁଅ ବାପାଙ୍କୁ ମୁଖାଗ୍ନି ଦେବା ପରମ୍ପରା ଥିବାବେଳେ ଏହି ପରମ୍ପରାକୁ ଭାଙ୍ଗି ସାନ ଝିଅ ସଙ୍ଗିତା ଦେଇଥିଲେ ମୁଖାଗ୍ନି । ଧର୍ଯ୍ୟର ସହିତ ଜଳୁଥିବା ଜୁଇ ପାଖରେ ଥିଲେ ତିନି ଝିଅ । ଆଖି ପିଛୁଳାକେ ସୁଶାନ୍ତଙ୍କ ଅସ୍ତି ଲୀନ ହୋଇଗଲା ପଞ୍ଚଭୂତରେ । ପରେ ଯେଉଁ କର୍ମ ବାକି ରହିଥିଲା । ସେସବୁକୁ ସମ୍ପନ୍ନ କଲେ ତିନି ଝିଅ । ଏହି ଖବରକୁ ଏବେ ଚାରିଆଡୁ ମିଳୁଛି ପ୍ରଶଂସା । ତେବେ ସମାଜ ପାଇଁ ଝିଅ ପୁଅର ଦ୍ୱନ୍ଦ ଭିତରେ ଏକ ବଡ ବାର୍ତ୍ତା ଦେଇଛନ୍ତି ଏଇ ତିନି ଭଉଣୀ ।
ମାଲକାନଗିରିରୁ ଏ ଦେବାଶିଷ ପାତ୍ରଙ୍କ ରିପୋର୍ଟ ତକ୍ଷକ ନୁ୍ୟଜ୍ ।

LEAVE A REPLY

Please enter your comment!
Please enter your name here