ଦୂର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଳନ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରରେ ହେବାକୁ ଥିବା ପର୍ବପର୍ବାଣୀ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କଠାରୁ ଅନୁମତି ଜରୁରୀ । ଜିଲ୍ଲାରେ ଜିଲ୍ଲାପାଳ, ଟ୍ୱିନସିଟିରେ ପୋଲିସ କମିଶନରଙ୍କ ଅନୁମତି ଲୋଡା । କେବଳ ପରମ୍ପରା ବଜାଇ ରଖିବା ପାଇଁ ପୂଜା କରାଯାଇ ପାରିବ । ସାଧାରଣ ଲୋକ ଭାଗ ନେଇପାରିବେନି । , ଗହଳି ହୋଇପାରିବନି । ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସଂପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବ । ଏମିତି ବନ୍ଦ ରହିବ, ସାଧାରଣ ଲୋକ ଯେିମିତି ପ୍ରତିମା ଦେଖିପାରିବେନି । ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରହିବ । ମଣ୍ଡପରେ ମୂର୍ତ୍ତି ଗୁଡିକର ଉଚ୍ଚତା ୪ ଫୁଟରୁ କମ ରହିବ । ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିପାରିବେ ନାହିଁ । ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ , ମାସ୍କ , ନିୟମ ମାନିବାକୁ ବାଧ୍ୟ । ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ମୌଣସି ସଙ୍ଗୀତ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ । ଗାଇଡଲାଇନ ଭଙ୍ଗ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ , ଏପିଡେମିକ ଆକ୍ଟ ଅନୁସାରେ ହେବ ଦଣ୍ଡ ।

LEAVE A REPLY

Please enter your comment!
Please enter your name here