ଭାରତୀୟ ବାୟୁସେନା ପାଇଁ ଆଜିର ଦିନ ଐତିହାସିକ । କାହିଁକି ନା ଆଜି ଅମ୍ବାଲା ଏୟାରବସରେ ୫ଟି ରାଫେଲ ଯୁଦ୍ଧ ବିମାନ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ ହୋଇଛି । ପଞ୍ଜାବର ଅମ୍ବାଲା ଏୟାରବେସରେ ବିଶେଷ ପୂଜାର୍ଚ୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳୀ ରାଫେଲ । ଅମ୍ବାଲା ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସର ପ୍ରତିପକ୍ଷ ଫ୍ଲୋରେନ୍ସ ପର୍ଲେ, ସିଡିସି ଜେନେରାଲ ବିପିନ ରାୱତ, ବାୟୁସେନା ପ୍ରମୁଖ ଆର୍‌ଏସ୍ ଉପସ୍ଥିତ ଥିଲେ । ଭାରତୀୟ ବାୟୁସେନାରେ ରାଫେଲର ସାମିଲ ହେବା ପରେ ଏହାର ବଳ ବଢିବ । ପ୍ରଥମ ପର‌୍ୟ୍ୟାୟରେ ଫ୍ରାନସ୍ରୁ ଆସିଛି ୫ଟି ରାଫେଲ ଯୁଦ୍ଧ ବିମାନ । ଏହାକୁ ଆଜି ବାୟୁସେନାରେ ବିଦ୍ଧିବଦ୍ଧ ଭାବେ ସାମିଲ କରାଇ ଭାରତୀୟ ବାୟୁସେନାର ବଳକୁ ବହୁଗୁଣ କରିଦେଇଛନ୍ତି ଭାରତ ସରକାର ।

LEAVE A REPLY

Please enter your comment!
Please enter your name here