କଟକରେ ପ୍ରେମ, ନୟାଗଡରେ ହତ୍ୟା ଘଟଣାରେ ପର୍ଦ୍ଦାଫାଶ । ପରକୀୟା ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଛି । ପରକୀୟା ପ୍ରୀତିକୁ କେନ୍ଦ୍ର କରି ଶୈଳେନ୍ଦ୍ରଙ୍କ ହତ୍ୟା ଘଟଣାରେ କ୍ରାଇମ ସିନ୍ ରିକ୍ରିଏସନ କରୁଛି ପୋଲିସ । ଅଭିଯୁକ୍ତ ଦୀପୁର ସ୍ତ୍ରୀ ସୁନିତାଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରାଯାଇଛି । ଦୀପୁ ସାହୁର ବାପା ହତ୍ୟାରେ ପୁଅକୁ ସହଯୋଗ କରିଛନ୍ତି । ଆଉ ହତ୍ୟା କଲା ପରେ ପାଳଗଦାରେ ମୃତଦେହକୁ ପୋଡି ଦେଇଥିଲେ । ମୃତ ଦେହ ପୋଡିବା ପରେ ନିକଟସ୍ଥ ପୋଖରୀରେ ହାଡ ଗୁଡିକକୁ ନେଇ ଫିଙ୍ଗିଦେଇଥିଲେ । ଘଟଣାସ୍ଥଳକୁ ସୁନିତାଙ୍କୁ ପୋଲିସ ନେବ । ଏବେ ବି ମୁଖ୍ୟ ଅଭିଯୁକ୍ତ ଦୀପୁ ସାହୁ ଫେରାର ଅଛି । ଗତ ୩ ତାରିଖ ଦିନ ଶୈଳେନ୍ଦ୍ର ସୁନିତାଙ୍କ ପାଖକୁ ଆସିଥିଲେ । ସେହି ସମୟରେ ଦୀପୁ ତାଙ୍କୁ ଦେଖିବାକୁ ପାଇଥିଲା । ଆଉ ଏହାପରେ ଶୈଳେନ୍ଦ୍ରକୁ ଜୀବନରୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲା । ଘର ଭିତରେ ହିଁ ଶୈଳେନ୍ଦ୍ରକୁ ହତ୍ୟା କରିଥିଲା ଦୀପୁ । ଏଥିରେ ସ୍ତ୍ରୀ ସୁନିତା ସହଯୋଗ କରିଥିଲେ ।
ମୃତ ଶୈଳେନ୍ଦ୍ର କଟକରେ ଏଲଆଇସି ଏଜେଣ୍ଟ ଭାବରେ କାମ କରୁଥିଲେ । ଏକ ୱେବ ଚ୍ୟାନେଲରେ ସାମ୍ବାଦିକ ଭାବେ କାମ କରୁଥିଲେ । ଏହି ସମୟରେ ଶୈଳେନ୍ଦ୍ରଙ୍କ ସହ ଜଣେ ମହିଳାଙ୍କର ସମ୍ପର୍କ ଗଢିଉଠିଥିଲା । ମହିଳା ସୁନିତା ଏବଂ ତାଙ୍କ ସ୍ୱାମୀ ଦୀପୁ ସାହୁଙ୍କ ଘର ନୟାଗଡ ମହୀପୁର ଅଞ୍ଚଳରେ ହୋଇଥିବାବେଳେ କଟକରେ ରହି ସେମାନେ ଦହିବରା ବେପାର କରୁଥିଲେ ।

LEAVE A REPLY

Please enter your comment!
Please enter your name here