ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି । ବର୍ତ୍ତମାନ ଓଡ଼ିଶା ମୁହାଁ ହୋଇଛି ଫନି। ଫନି ପାଇଁ ଚିଲିକାକୁ ଆସନ୍ତା ୫ ଯାଏଁ ଡଙ୍ଗା ଯିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ତେଣୁ ଚିଲିକା ମଧ୍ୟକୁ କୈାଣସି ମାଛମରା ଡଙ୍ଗା ନେବାକୁ ବାରଣ କରାଯାଇଛି । ଏହା ସହ ପର୍ଯ୍ୟଟକ ମଧ୍ୟ ଯେପରି ଭିତରକୁ ନ ଯିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବାକୁ ନୋଟିସ ଦିଆଯାଇଛି । ମେ ୧ ତାରିଖ ସୁଦ୍ଧା ସମସ୍ତ ଡଙ୍ଗା ଓ ବୋଟ ଚିଲିକା ଭିତରୁ ଉଠିବ ।

LEAVE A REPLY

Please enter your comment!
Please enter your name here