ଯେତେବେଳେ ଗୋଟେ ମଣିଷ ନିଶାଦ୍ରବ୍ୟ ପାନ କରେ । ସେତେବେଳେ ସେ ତା ହୀତାହିତ ଗ୍ୟାନକୁ ବି ଭୁଲିଯାଏ । ସେ ପାଲଟିଯାଇଥାଏ ପଶୁ । ଏମିତି ଏକ ଘଟଣା ଜଗତସିଂହପୁରରୁ ସାମ୍ନାକୁ ଆସିଛି । ନିଶାଶକ୍ତ ହୋଇ ନିଜ ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ଜଗତସିଂହପୁର ଜିଲ୍ଲା ଶାଳଗଞ୍ଜ ପଂଚାୟତର ମାଳିତୋଟା ଗାଁରେ ଏମିତି ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ମାଳିତୋଟା ଗ୍ରାମର ଶାରଦା ଆଚାର୍ଯ୍ୟ ନିଶାଶକ୍ତ ଅବସ୍ତାରେ ଘରକୁ ଫେରି ସ୍ତ୍ରୀ ପିଙ୍କିକୁ ଚା ବନେଇବା ପାଇଁ କହିଥିଲେ । ପିଙ୍କି ମନା କରିବାରୁ ଶାରଦା ରାଗି ଏକ କାଠଫଳିଆରେ ବାଡ଼େଇ ବାଡ଼େଇ ମାରିଛନ୍ତି ବୋଲି ତାଙ୍କର ୨ ପୁଅ ଏବଂ ଝିଅ ଅଭିଯୋଗ କରିଛନ୍ତି । ମୃତ ପିଙ୍କିଙ୍କର ଦୁଇ ପିଲା ଯଥାକ୍ରମେ ଜଣେ ୫ବର୍ଷର ପୁଅ ଓ ଅନ୍ୟଜଣେ ୩ବର୍ଷର ଝିଅ ଥିବା ଜଣାପଡ଼ିଛି ।ଏହି ଖବର ପାଇବା ପରେ ଜଗତସିଂହପୁର ପୋଲିସ ସେଠାରେ ପହଞ୍ଚି ଶାରଦା ଆଚାର୍ଯ୍ୟକୁ ଗିରଫ କରିବା ସହ ଶବକୁ ଜବତ କରଛନ୍ତି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଶାରଦା ସବୁବେଳେ ନିଶାଗ୍ରସ୍ତ ହୋଇ ରହୁଥିଲା ଓ କୌଣସି କାମ କରୁନଥିଲା । ଶାରଦା ସବୁବେଳେ ପିଙ୍କିଙ୍କୁ ବାଡ଼ୋଉଥିବା କଥା ଗ୍ରାମବାସୀ ମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here