ବଡମ୍ବାର ପ୍ରବୀଣ ରାଜନୀତିଜ୍ଞ ତଥା ବ୍ଲକ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକଙ୍କ ଦେହାନ୍ତ । ଦୀର୍ଘଦିନ ଧରି ଅସୁସ୍ଥ ଥିବା ଅମୀୟଙ୍କର ଗତ ଗୁରୁବାର ଦିନ ବଡମ୍ବା ବଡଦାଣ୍ଡସାହିସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା । ଅମୀୟଙ୍କ ବିୟୋଗରେ ବଡମ୍ବା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯ।ଇଛି । ଦୁଇଥର ସମିତି ସଭ୍ୟ ଥିବା ଶ୍ରୀ ପଟ୍ଟନାୟକ ବଡମ୍ବାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତଃ ପ୍ରତାପ ଚନ୍ଦ୍ର ପଟ୍ଟନାୟକଙ୍କ ପୁତ୍ର । ଅମୀୟ ପଟ୍ଟନାୟକଙ୍କ ବିୟୋଗ ଖବର ମିଳିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନୈତିକ କର୍ମୀ, ସଂଗଠକ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ । ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ସମୀର କୁମାର ରାଉତରାୟ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଯୁଗସ୍ରଷ୍ଟା ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ରବୀନ୍ଦ୍ର ନାଥ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଅମୀୟଙ୍କ ବିୟୋଗ ବଡମ୍ବା ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ସ୍ବର୍ଗତଃ ପଟ୍ଟନାୟକଙ୍କ ଦେହାନ୍ତ ଖବର ମିଳିବା ପରେ ବଡମ୍ବା, ଗୋପପୁର, ସୁନାପାଳ, ଗାନ୍ଧୀଛକ, କଚେରୀ ଛକରେ ବ୍ୟବସାୟ ପ୍ରତିଷ୍ଠାନ ସ୍ବତଃପ୍ରବୃତ୍ତ ବନ୍ଦ ରହିଥିଲା । ସ୍ବର୍ଗତଃ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଅନ୍ବେଷା ପ୍ରିୟଦର୍ଶିନୀ ମୁଖାଗ୍ନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here