ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା କଲେ ଓଇଆରସି । ପୂର୍ବବର୍ଷ ଭଶି ଶୂନରୁ 50 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ୟୁନିଟ ପିଚ୍ଛା 3 ଟଙ୍କା ରହିବ । ସେହିପରି 50 ରୁ 200 ୟୁନିଟ ପର୍ଯ୍ୟନ୍ତ 4 ଟଙ୍କା 80 ପଇସା ଏବଂ 200 ରୁ 400 ୟୁନିଟ ଯାଏଁ 5 ଟଙ୍କା 80 ପଇସା ରହିବ । 400 ରୁ ଅଧିକ ୟୁନିଟ ହେଲେ ୟୁନିଟ ପିଚ୍ଛା 6 ଟଙ୍କା 20 ପଇସା ଦେୟ ଧାର୍ଯ୍ୟ କରାଯାଇଛି । ଡିଜିଟାଲ ପେମେଣ୍ଟ କଲେ ବିଦ୍ୟୁତ ଦେୟରେ 3 ପ୍ରତିଶତ ରିହାତି ମିଳିବ । ସେହିପରି ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଂ ୟୁନିଟ ପିଚ୍ଛା 10 ପଇସା ରିହାତି ମିଳିବ ।

LEAVE A REPLY

Please enter your comment!
Please enter your name here