ଦୀର୍ଘ ଏକ ମାସ ଧରି ବନ ବିଭାଗକୁ ନାକେଦମ କରିବା ପରେ ଯନ୍ତାରେ ପଡିଲା ଭାଲୁ । ମାଲକାନଗିରି ଜିଲ୍ଲା ବାଲିମେଳା ଠାରେ ବନ ବିଭାଗ ଗୋଟିଏ ଭାଲୁକୁ ଉଦ୍ଧାର କରିଛି | ସ୍ଥାନୀୟ ଅଂଚଳରେ ଭାଲୁ ସମସ୍ତଙ୍କୁ ନାକେଦମ କରିଦେଇଥିବା ବେଳେ, ବନ ବିଭାଗ ଭାଲୁକୁ କାବୁ କରିବା ପାଇଁ ଯନ୍ତା ପକାଇଥିଲା | ଭାଲୁ ଟି ଖାଦ୍ୟ ଅନ୍ୱେଷଣ ଲାଗି ଆସିଥିବାବେଳେ ଯନ୍ତାରେ ପଡିଯାଇଥିଲା | ଭାଲୁଟି କାବୁ ହେବା ପରେ ତାକୁ ଚିତ୍ରକୋଣ୍ଡା ଜଙ୍ଗଲରେ ଛାଡି ଦେଇଛନ୍ତି ବନ ବିଭାଗ କର୍ମଚାରୀ । ତେବେ ଭାଲୁ ଧରାପଡିବା ପରେ ସ୍ଥାନୀୟ ଅଂଚଳର ଲୋକେ ଭାଲୁକୁ ଦେଖିବା ପାଇଁ ଭିଡ ଜମାଇଥିଲେ । ମଙ୍ଗଳବାର ରାତି ପ୍ରାୟ 2ଟା ସମୟରେ ବନ ବିଭାଗ ଭାଲୁକୁ ଧରିବାରେ ସଫଳ ହୋଇଥିଲା |

LEAVE A REPLY

Please enter your comment!
Please enter your name here