ହକି ବିଶ୍ୱକପକୁ ନେଇ ସାରାଦେଶ ଉତଫୁଲ୍ଲିତ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ ସିଲଭର୍ ସିଟି କଟକ ବେଶ୍ ଚଳଚଞ୍ଚଳ ଥିଲା. ଆଉ ଲୋକମାନଙ୍କ ମଧ୍ୟରେ ସେହି ଆଗ୍ରହ ଓ ଇଚ୍ଛା ପରିଲକ୍ଷିତ ହେଉଥିଲା. ହକି ବିଶ୍ୱକପ୍ କେବେ ଉଦଘାଟନ ହେବ ଦିନ ଗଣି ଗଣି ଶେଷରେ ସେହି ମୁହୂର୍ତ୍ତ ଆସି ପହଞ୍ଚିଥିଲା. ୨୭ ତାରିଖ କଳିଙ୍ଗ ଷ୍ଟାଡିୟମ୍ ରେ ହକି ବିଶ୍ୱକପ୍ ର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବାପରେ ୨୮ ତାରିଖ ବାରବାଟୀ ଷ୍ଟଟାଡିୟମ୍ ରେ ହକି ବିଶ୍ୱକପ୍ ର ଦ୍ୱିତୀୟ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଯୋଗ ଦେଇ ଏହି ସନ୍ଧ୍ୟାକୁ ଆଗକୁ ବଢାଇଥିଲେ. ହେଲେ ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିଲେ ଦବଙ୍ଗ ଖାନ୍ ସଲମାନ୍. ସେ ଦର୍ଶକଙ୍କ ମନଜିଣିବା ପାଇଁ ଓଡିଆରେ କଥା ହୋଇଥିଲେ . ଏହାଛଡାସେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଅନେକ ପ୍ରଶଂସା କରିଥିଲେ ଆଉ କିଛି ମୁହୂର୍ତ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବିତାଇଥିଲେ

LEAVE A REPLY

Please enter your comment!
Please enter your name here