ଚଳିତବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । 96.4 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପରୀକ୍ଷା ଫଳ ଘୋଷଣା କରିଛନ୍ତି ।
ଚଳିତ ବର୍ଷ 5 ଲକ୍ଷ 16 ହଜାର 435 ଜଣ ପରୀକ୍ଷା ଦେଇଥିବା ବେଳେ 5 ଲକ୍ଷ 8 ହଜାର 404 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 4158 ଜଣ A1 ଗ୍ରେଡରେ ପାସ୍ କରିଥିବା ବେଳେ A2ଗ୍ରେଡରେ 29,838 ଜଣ, B1 ଗ୍ରେଡରେ 77,567 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସବୁ ପରୀକ୍ଷା ପରି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । 97 ପ୍ରତିଶତ ଛାତ୍ରୀ ପାସ୍ ହୋଇଥିବା ବେଳେ ଛାତ୍ରଙ୍କ ପାସହାର 95.75 ରହିଛି ।

LEAVE A REPLY

Please enter your comment!
Please enter your name here