ଖୋଲା ମଳତ୍ୟାଗ ମୁକ୍ତ ସହର ହେଲା ଭୁବନେଶ୍ୱର | ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି | ସ୍ୱତନ୍ତ୍ର ଉତ୍ସବରେ ଵିଏମସି କମିଶନର, ପୌର ପ୍ରଶାସକ ଘୋଷଣା କରିଛନ୍ତି | ଜାନୁଆରି ୪ରୁ ୩୧ତାରିଖ ପର୍ଯ୍ୟନ୍ତ କେନ୍ଦ୍ରଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ସ୍ୱଚ୍ଛ ସର୍ବେକ୍ଷଣ | ଏଥିରୁ ସାରା ଦେଶରୁ ୩୯୭୦ଟି ସହରାଞ୍ଚଳ ଭାଗ ନେଇଥିବାବେଳେ ଓଡ଼ିଶାର ପ୍ରାୟ ସମସ୍ତ ସହର ଭାଗ ନେଇଛନ୍ତି | ତେବେ ରାଜଧାନୀ ଭୁବନେଶ୍ୱରରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଭୁବନେଶ୍ୱରକୁ ସଂପୂର୍ଣ୍ଣ ବାହ୍ୟ ମଳ ମୁକ୍ତ ସହର ଓଡିଏଫ++ ଭାବେ ଘୋଷଣା କରାଯାଇଛି | ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଭୁବନେଶ୍ୱର ସହରରେ ଏବେ ୧୯୫ ସର୍ବସାଧାରଣ ଶୌଚାଳୟ ଥିବା ବେଳେ ସେଥିରୁ ୧୪୪ଟି ଆଇଏସଓ ମାନର ରହିଛି | ଅନ୍ୟ ୫୧ଟି ଖୁବ୍ ଶୀଘ୍ର ହେବ |