ପିଆଜ ଦର ଦାମ ଏବେ ଆକାଶ ଛୁଆଁ ଥିବାବେଳେ, ରୋଷେଇ ଘରୁ ଉଭାନ ହୋଇଗଲାଣି ପିଆଜ | ବଢୁଥିବା ଦରଦାମକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ, ସରକାର ଦରଦାମରେ ଲଗାମ ଲଗେଇବା ନେଇ ବାହାର ଦେଶରୁ ପିଆଜ ଆମଦାନୀ କରୁଛନ୍ତି | ଏଭଳି ସ୍ଥିତିରେ ନାସିକରୁ ସମ୍ବଲପୁର ଆସୁଥିବା ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଛି | ଆଉ ତାପରେ ରାଜରାସ୍ତା ଉପରେ ଏକ ପିଆଜ ବସ୍ତା ଖସି ପଡିଥିଲା | ବରଗଡ ଦେବାହାଲରେ ରାସ୍ତାରେ ପଡି ଯାଇଥିଲା ଏହି ପିଆଜ ବସ୍ତା | ଏହା ପରେ ସେହି ରାସ୍ତାରେ ଯାଉଥିବା ଲୋକମାନେ ଗାଡି ଅଟକାଇ ପିଆଜ ଗୋଟାଇବାରେ ଲାଗିଥିଲେ | ଏପରିକି କାରରେ ଯାଉଥିବା ଲୋକମାନେ ମଧ୍ୟ ପିଆଜ ଗୋଟାଇବାରେ ଲାଗିଥିଲେ | ପ୍ରାୟ କୋଡିଏ ମିନିଟ୍ ଧରି ପିଆଜ ଗୋଟାଇବାରେ ଲାଗିପଡ଼ିଥିଲେ ସମସ୍ତେ |

LEAVE A REPLY

Please enter your comment!
Please enter your name here