ପୁଣିଥରେ ଉପନିର୍ବାଚନରେ ବାଜି ମାରିଲା ଶାସକଦଳ ବିଜେଡି. ତେବେ ଶେଷ ହୋଇଥିବା ଉପନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲା ବ୍ଲକ୍ ନମ୍ବର 32 ବିଜାତାଳ ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା ଏବଂ  ସମସ୍ତେ ଅତି ଉତ୍କଣ୍ଠାର ସହ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିଲେ. ତେବେ ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ 4212 ଭୋଟରେ ବିଜେପି ପ୍ରାର୍ଥୀ କୁତୁଲୁ ହାଁସଦାଙ୍କୁ ପରାସ୍ତ କରି ବିଜୟ ଲାଭ କରିଛନ୍ତି. ଏକ ବଡ ବ୍ୟବଧାନରେ ବିଜେପିକୁ ହରାଇଥିବାରୁ ବିଜାତାଳ ବ୍ଲକ୍ ସମ୍ମୁଖରେ ବିଜେଡି ନିଜ ବିଜୟର ଉତ୍ସବ ପାଳନ କରିଥିବାବେଳେ ବିଜେପି ନେତାମାନେ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି. ଏହାଛଡା କିଛି ମତଦାନ କେନ୍ଦ୍ରରେ ଅନିୟମିତତା ହୋଇଥିବା ମଧ୍ୟ କହି ବିଜେପି ପୁନଃ ମତଦାନ ପାଇଁ ମଧ୍ୟ ଦାବି କରିଛି.

LEAVE A REPLY

Please enter your comment!
Please enter your name here