କଥାରେ ଅଛି ଚୋର ପାଇଁ ସବୁରାତି ଅନ୍ଧାର ନ ଥାଏ. ଦିନେ ନା ଦିନେ ଧରାପଡେ. ଆଉ ଥରେ ଧରାପଡିଲେ ଅବସ୍ଥା କଣ ହୁଏ, ତାହା ଆପଣ ଅନୁମାନ କରିପାରୁଥିବେ. ଏଇ ଦେଖନ୍ତୁ ସୁନାଚେନ୍ ଲୁଟିବା ବେଳେ ଧରାପଡିଥିବା ଜଣେ ଚୋରକୁ. କି ଅବସ୍ଥା ତାର. ଦି ହାତ ପଛକୁ ବାନ୍ଧି ଦେଇ ଯିଏ ଯେମିତି ପାରିଲା, କୁଟିବାରେ ଲାଗିଲେ. କାହାର କିଛି ଦୟାମାୟା ନାହିଁ. କାହିଁକି ବା ହେବ ଯେ, ସୁନାଚେନ୍ ଲୁଟିବା ବେଳେ ଚୋର କଣ କାହାକୁ ଦୟା ଦେଖାଉଥିଲା କି. ସବୁ ଚୋରମାନେ ଏ ଦୃଶ୍ୟ ଦେଖିବା ନିହାତି ଦରକାର. ବେଳ ଥାଉ ଥାଉ ନସୁଧୁରିଲେ, ଏମିତି ଅନ୍ଧାଧୁନିଆ ମାଡ ଖାଇବାକୁ ପଡିବ.

LEAVE A REPLY

Please enter your comment!
Please enter your name here