ମଙ୍ଗଳବାରରୁ ବିଜେଡି ରାଜ୍ୟରେ ଆରମ୍ଭ କରିବ ନୂଆ ଅଭିଯାନ । ଏହି ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ,ପାଳନ କରନ୍ତି ନବୀନ’ ।  ମାର୍ଚ୍ଚ ୫ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ତଥା ପଂଚାୟତିରାଜ ଦିବସ ଅବସରରେ ବିଜେଡି ଏହି ଅଭିଯାନ ଆରମ୍ଭ କରିବ ।  ଏହି ଅଭିଯାନରେ ପ୍ରତ୍ୟେକ ଓଡ଼ିଆଙ୍କୁ ସାମିଲ କରାଯିବ ବୋଲି ଆଜି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅରୁଣ ସାହୁ କହିଛନ୍ତି। ସେହିଭଳି  ତୃଣମୂଳସ୍ତରରୁ ସଂଗ୍ରହ କରାଯିବ ଲୋକମତ । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ  ଉପାଦାନ ସଂଗ୍ରହ କରାଯିବ ଓ ସମୟର ଆବଶ୍ୟକତା ଅନୁସାରେ ନୂଆ ପ୍ରସ୍ତାବ ଗ୍ରହଣ କରାଯିବ । ଏହାକୁ ନେଇ ପ୍ରସ୍ତୁତ ହେବ ଦଳର ଇସ୍ତାହାର ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଦଳ ସଂକଳ୍ପବଦ୍ଧ ବୋଲି କହିଛି ବିଜେଡି । ବିଜୁ ଜନତା ଦଳର କାର୍ଯ୍ୟକ୍ରମ ହେଉଛି ଲୋକମାନଙ୍କର ଆଶା ଓ ଭରଷାକୁ ନେଇ  । ବିଜୁ ଜନତା ଦଳ ତାର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଲୋକମତ ଆଧାରରେ । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ସବୁପ୍ରକାର ଉଦ୍ୟମ କରିଥାଏ । ଅନେକ ଦଳ ନିର୍ବାଚନ ପୂର୍ବରୁ ଇସ୍ତାହାର ପ୍ରକାଶ କରିଥାନ୍ତି , ହେଲେ ନିର୍ବାଚନ ପରେ ଇସ୍ତାହାରର କୌଣସି ପ୍ରାସଙ୍ଗିକତା ପ୍ରାୟତଃ ନଥାଏ ।  ଏହା କେବଳ ପ୍ରତିଶ୍ରୁତି ପୁସ୍ତିକା ଭାବରେ ନିର୍ବାଚନରେ ବ୍ୟବହୃତ ହୋଇଥାଏ । କିନ୍ତୁ ବିଜୁ ଜନତା ଦଳ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଅଲଗା । କେବଳ ଭୌତିକ ବିକାଶ ନୁହେଁ, ଓଡିଶାବାସୀଙ୍କ ଖୁସି ପାଇଁ ବିଜୁ ଜନତା ଦଳ ବଦ୍ଧପରିକର  ବୋଲି ଦଳ ତରଫରୁ କୁହାଯାଇଛି ।

 

 

 

 

LEAVE A REPLY

Please enter your comment!
Please enter your name here