ଓକିଲ ହେବେ ଅର୍ଚ୍ଚନା ନାଗ । ନିଜ କେସ୍ ନିଜେ ଲଢିବେ । ଏବେ ଏଭଳି କିଛି ଚର୍ଚ୍ଚା ଚାଲିଛି । ଇଣ୍ଟିଗ୍ରେଟେଡ ଲ ପରୀକ୍ଷା ଦେବେ ଅର୍ଚ୍ଚନା । ଏନେଇ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜେଲ ମାନୁଆଲ ଅନୁସାରେ ସେ ପରୀକ୍ଷା ଦେବେ । ଅର୍ଚ୍ଚନା ଭୁବନେଶ୍ୱର କ୍ୟାପିଟାଲ ଲ କଲେଜର ଚତୁର୍ଥ ବର୍ଷର ଆଇନ ଛାତ୍ରୀ । ଆଜି ଫର୍ମ ଫିଲଅପ କରିବେ ଅର୍ଚ୍ଚନା । ପରୀକ୍ଷା ଦେବା ପାଇଁ ଜେଲ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ଇଡିର ତଦନ୍ତକାରୀ ଅଧିକାରୀ ଦେଇଥିବା ଅଭିଯୋଗ ଆଧାରରେ ଏସଏଫଏସଏଲକୁ ରିପୋର୍ଟ ମାଗିଛନ୍ତି ।

LEAVE A REPLY

Please enter your comment!
Please enter your name here