ବରଗଡର ବିଜେଡି ନେତା ପ୍ରଣୟ ସାହୁଙ୍କ ନାଁରେ ଏତଲା । ଏତଲା ଦେଇଛନ୍ତି ଗାଇସିଲଟ ଥାନାର ପୋଲିସ ଏଏସଆଇ ପ୍ରମୋଦ ପାତ୍ର । ଗତ 17 ତାରିଖ ଦିନ ଥାନା ଭିତରେ ପଶି ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଓ ଧମକାଇବା ଅଭିଯୋଗ କରିଛନ୍ତି ଶ୍ରୀ ପାତ୍ର । ଏଏସଆଇ ପ୍ରମୋଦ ପାତ୍ରଙ୍କ ଏତଲା ଆଧାରରେ ପ୍ରଣୟ ସାହୁଙ୍କ ସମେତ ଚାରିଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ପ୍ରଣୟ ସାହୁ କଂଗ୍ରେସରେ ଥିବା ବେଳେ ଗାଇସିଲଟ ବ୍ଲକର ଉପାଧ୍ୟକ୍ଷ ଥିଲେ । 2019 ବିଜେପୁର ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here