ଡିସେମ୍ବର 16 ତାରିଖ ଦିନ ସ୍ଥାନୀୟ ଲୋହିୟା ଏକାଡେମୀ ପରିସରରେ ‘ସିଟିଜେନ ଫୋରମ ଓଡିଶା’ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି. ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀକୁ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଉଦଘାଟନ କରିଥିଲେ. ଏହାସହ ସର୍ବଭାରତୀୟ ଓକିଲ ସଂଘର ସଭାପତି ଶ୍ରୀ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ମୁଖ୍ୟବକ୍ତାଭାବେ ‘ନିର୍ବାଚନୀ ସଂସ୍କାର ଓ ସମାନୁପାତିକ ପ୍ରତିନିଧିତ୍ୱ’ ବିଷୟ ଉପରେ ବକୃତା ପ୍ରଦାନ କରିଥିଲେ. ପରେ ବିଶିଷ୍ଟ ଔପନ୍ୟାସିକ ତଥା ‘ସିଟିଜେନ ଫୋରମ’ର ଉପଦେଷ୍ଟା ବିଭୂତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅମିତ କୁମାର ମୋତାୟେବ, ଅବସରପ୍ରାପ୍ତ ଆଇଏଏସ ଅଧିକାରୀ କଲ୍ୟାଣ ରାୟ ପ୍ରମୁଖ ଉଦବୋଧନ ଦେଇଥିଲେ. ପରେ ଦ୍ୱିତୀୟ ଅଧିବେଶନରେ ‘ସିଟିଜେନ ଫୋରମ’ର ସଭାପତି ଡ. ମଧୁସୂଦନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ନାୟକ, ଆମ୍ ଆଦମୀ ପାର୍ଟିର ରଙ୍ଗାଚରଣ ପ୍ରଧାନ ଓ ଇଲେକ୍ସନ ୱାଚର ଓଡିଶା ମୁଖ୍ୟ  ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ନିଜର ବକୃତା ରଖିଥିଲେ. ଏହାସହ ଶ୍ରୀମତୀ କବିତା ନାୟକ ଏବଂ କୃଷ୍ଣ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

LEAVE A REPLY

Please enter your comment!
Please enter your name here