ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ସବୁଦଳରେ ଏବେ ଚାଲିଛି ମିଶ୍ରଣ ପର୍ବ । ଏହିକ୍ରମରେ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ଅଖିଳ ଓ ଅଭିନେତ୍ରୀ ବିଦୁସ୍ମିତା । ଏହାସହ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ପୋଷ୍ଟର ଓ କ୍ୟାସେଟ ରିଲିଜ ହୋଇଛି । ବିଜେପି ବରିଷ୍ଠ ନେତା ନିର୍ବାଚନ କ୍ୟାସେଟ “ମୋଦୀ ରଙ୍ଗ ଲାଗିଲା” ର ଉନ୍ମୋଚନ କରିଛନ୍ତି । ନିର୍ବାଚନୀ ଗାଡ଼ିର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ଦଳୀୟ କାର୍ଯ୍ୟାଳୟରେ ବିଶ୍ୱଭୂଷଣ , ଧର୍ମେନ୍ଦ୍ର ପ୍ରଧାନ ,ବୈଜୟନ୍ତ , ଦାମ ରାଉତ , ବିଜୟ ମହାପାତ୍ର, ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here