କୋଲ୍‌ ବ୍ଲକ୍‌ ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତିକୁ କେନ୍ଦ୍ର କରି ନବୀନହ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ଏହାକୁ ନେଇ ଗୁରୁବାର ସେ ନବୀନଙ୍କୁ ତିନୋଟି ପ୍ରଶ୍ନବାଣ କରିଛନ୍ତି. ପ୍ରଥମରେ ଖଣି ଲିଜ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ ? ଦ୍ୱିତୀୟରେ ଏହି ମାମଲାରେ ନବୀନଙ୍କୁ ସିବିଆଇ ଜେରା କରିଛି କି ନାହିଁ ? ନାମାଙ୍କନ ସତ୍ୟପାଠରେ ନବୀନ ଏହାକୁ ଉଲ୍ଲେଖ କରିଛନ୍ତି କି ନାହିଁ ? ଏହି ପ୍ରଶ୍ନକୁ ତୀର ସ୍ୱରୂପ ନବୀନଙ୍କୁ ଛାଡିଛନ୍ତି ଧର୍ମେନ୍ଦ୍ର. ଯେ ପର୍ଯ୍ୟନ୍ତ ଏହାର ଉତ୍ତର ମିଳି ନାହିଁ, ସେ ପର୍ଯ୍ୟନ୍ତ ଏହି ପ୍ରଶ୍ନ ବାରମ୍ବାର ପଚରାଯିବ ବୋଲି ଧର୍ମେନ୍ଦ୍ର ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି.  1999ରେ ପଞ୍ଜିକୃତ ହୋଇଥିବା କମ୍ପାନୀକୁ 1998ରେ ତତ୍କାଳୀନ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ନବୀନ ପଟ୍ଟନାୟକ କୋଇଲା ଖଣି ଦେଇଛନ୍ତି. ସିବିଆଇ କହିବା ଅନୁସାରେ, ଭୂତ କମ୍ପାନୀକୁ କୋଇଲା ଖଣି ଲିଜ୍‌ ଦେଇଛନ୍ତି. 1998 ମସିହାରେ ଏମ୍‌/ଏସ୍‌ ସେଣ୍ଟ୍ରାଲ କୋଲିଆରିଜ୍‌ କୋ. ଲିମିଟେଡ୍‌କୁ କୋଇଲା ଖଣି ମିଳିଥିଲା. ମହାରାଷ୍ଟ୍ର ତକ୍‌ଲି-ଜେନା ବେଲୋରା କୋଲ୍‌ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା. କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଛି ବୋଲି ସିବିଆଇ କହିଛି. ନାଗପୁରର ଜି.ଡି ଡାଗାଙ୍କ କମ୍ପାନୀକୁ ଖଣି ଲିଜ୍‌ ଦିଆଯାଇଛି. ତେଣୁ ପ୍ରଥମ ପ୍ରଶ୍ନ ଧର୍ମେନ୍ଦ୍ର ପଚାରିଛନ୍ତି,  ଜି.ଡି ଡାଗା କିଏ ?

LEAVE A REPLY

Please enter your comment!
Please enter your name here