ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ବିଜେପିର ହଲ୍ଲାବୋଲ । ନବୀନ ନିବାସ ଅଭିମୁଖେ ମୁହାଁଇଥିଲା ବିଜେପିର ବିଶାଳ ରାଲି । ହଜାର ହଜାର ଦଳୀୟ କର୍ମୀ ହାତରେ ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ନବୀନ ନିବାସ ଅଭିମୁଖେ ବାହାରିଥିଲା । ଗତ ମାସେଧରି ମମିତା ମେହେରଙ୍କୁ ନ୍ୟାୟ ଦାବି କରି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି । ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଦଳ ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

ନବୀନ ନିବାସ ମୁହାଁ ବିଜେପିର ବିଶାଳ ରାଲିକୁ ପୋଲିସ ଶିଶୁ ଭବନ ଛକ ନିକଟରେ ଅଟକାଇଥିଲା । ରାଲିର ସମ୍ମୁଖ ଭାଗରେ ଥିବା ମହିଳାମାନେ ରାସ୍ତା ଉପରେ ବସି ରହି ପ୍ରତିବାଦ କରିଥିଲେ । କିଛି ସମୟ ଧରି ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here