ରାଲିର ଜବାବ ରାଲିରେ ।

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ଗର୍ଜିଲା ବିଜେଡି । ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଭୁବନେଶ୍ବର ସ୍ଥିତ ଆଇଓସିଏଲ, ଏଡିଏମ ଅଫିସ ଓ ବ୍ଲକ ଅଫିସ ସାମ୍ମୁଖରେ ପ୍ରତିବାଦ କରାଯାଇଥିବା ବେଳେ କଟକରେ ଆରଡିସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରନ୍ଧନ ଗ୍ୟାସ ଦରବୃଦ୍ଧି ହ୍ରାସ ଦାବିରେ ଶହ ଶହ ଯୁବକ, ଛାତ୍ର ଓ ମହିଳା ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରନ୍ଧନ ଗ୍ୟାସ ଦର ହ୍ରାସ ନ ହେବା ଯାଏଁ ବିଜେଡି ପ୍ରତିବାଦ ଅବ୍ୟାହତ ରଖିବ ବୋଲି କହିଛି ।

ଅନ୍ୟପକ୍ଷରେ ବିଜେପି କହିଛି, ରାଜ୍ୟ ସରକାର ପ୍ରଥମେ ବିଦ୍ୟୁତ ଦର କମାନ୍ତୁ ।

LEAVE A REPLY

Please enter your comment!
Please enter your name here