ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ ସିଙ୍ଗିରି ଗାଁରେ ଟ୍ୟୁସନ୍ ଶିକ୍ଷକଙ୍କୁ ଖୁଣ୍ଟରେ ବାନନ୍ଦି ଶହଶହ ଲୋକଙ୍କ ଆଗରେ ନିସ୍ତୁକ ମାଡମାରି ଥିଲେ ଗ୍ରାମବାସୀ , ଖବରପାଇ ପୁଲିସ ଉଧାର କରିଥିଲା । ଘଟଣାଟି ଏପରି ଥିଲାକି ପ୍ରତିଦିନ ଭଳି ପିଲା ଟ୍ୟୁସନ୍ ହେବାକୁ ଆସନ୍ତି କିଶୋର ନାୟଙ୍କ ଘରକୁ ,ସବୁ ପିଲଙ୍କୁ ବିଦା କରିବା ପରେ ଦୁଇ ପିଲାଙ୍କୁ ରଖି ଅନୈତିକ ସମ୍ପର୍କ ସ୍ଥାପନ କରିଥିଲେ । ପରେ କଷ୍ଟରେ ପିଲା ଘରକୁ ଯାଇ ଘଟଣା ସମ୍ପର୍କରେ କହିଥିଲେ । ସାଙ୍ଗେ ସାଙ୍ଗେ ପରିବାର ଲୋକେ ଆସି ଶିକ୍ଷକଙ୍କୁ ପଚାରିଲେ ,ପରେ ପରେ ଗ୍ରାମବାସୀ ମାନେ କିଶୋର ନାୟକଙ୍କୁ ନେଇ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ , ମହିଳା ଠାରୁ ପୁରୁଷ ପର୍ଯ୍ୟନ୍ତ ନିସ୍ତୁକ ମାଡମାରି ଥିଲେ , ଖବରପାଇ ନିଳଗିରି ପୁଲିସ ପହଁଚି ଉଧାର କରି ଥାନାକୁ ଆଣିଥିଲେ ,ପିଲାଙ୍କ ପରିବାର ପାକ୍ଷରୁ ପୃଥକ ପୃଥକ ଭାବେ ଅଭିଯୋଗ କରିଥିଲେ ଫଳରେ ଦୁଇଗୋଟି ମାମଲା ଋଜ୍ଜୁ କରି ତଦନ୍ତ ଜାରି ରଖିଛି ।