ବିଧାନସଭା ସାମ୍ନାରେ ଯୁବକଙ୍କ ଉନ୍ମୁତକାଣ୍ଡ । ଭିତରେ ବିଧାନସଭା ଅଧିବେଶନ ଚାଲିଥିବାବେଳେ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସତ୍ତ୍ୱେ ଆଜି ବିଧାନସଭା ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି । ବିଧାନସଭା ସାମ୍ନା ପିଏମଜିରେ ଜଣେ ଯୁବକ କିଛି ଅଦ୍ଭୁତ ଧରଣର କାରନାମା କରିଥିବା ଦେଖିବାକୁ ମିଳିଛି ।
ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ସମ୍ପୃକ୍ତ ଯୁବକ ଧମକ ଦେଇଛନ୍ତି । ବେକରେ ଛୁରି ଲଗାଇ ଯୁବକ ଜଣକ କିଛି ମନ୍ତ୍ରୀଙ୍କ ନାଁ ମଧ୍ୟ ନେଇଛନ୍ତି । ମନ୍ତ୍ରୀମାନଙ୍କ ନାଁ ନେଇ ଯୁବକ ଜଣକ ମହିଳାଙ୍କ ବେକରେ ଛୁରି ଲଗାଇଥିଲେ । ତେବେ ସେଠାରେ ଉପସ୍ଥିତ ପୋଲିସ ବହୁ କଷ୍ଟରେ ସମ୍ପୃକ୍ତ ମହିଳାଙ୍କୁ ଯୁବକଙ୍କ କବଳରୁ ଉଦ୍ଧାର କରିବା ସହ ଯୁବକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡିଛି । । ଉକ୍ତ ମହିଳା ଜଣଙ୍କ ଯୁବକଙ୍କ ମା’ ବୋଲି ଜଣାପଡ଼ିଛି । ଯୁବକ ଜଣଙ୍କ କାହିଁକି ଏଭଳି କାଣ୍ଡ କରିଛନ୍ତି ତାହା ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here