ଶୁକ୍ରବାରଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା. ଦେଶର ବଡ ମୁକ୍ତାକାଶ ବାଣିଜ୍ୟ ମେଳା କୁହାଯାଉଥିବା ଏହି ବାଲିଯାତ୍ରା ଚଳିତ ବର୍ଷ 10 ଦିନ ଧରି ଚାଲିବ ବୋଲି ନିଷ୍ପତି ହୋଇଛି. ଆଜି ସନ୍ଧ୍ୟାରେ ଏହାର ଉଦଘାଟନ ଉତ୍ସବ ଆୟୋଜିତ ହେଉଥିବା ବେଳେ ବୈଷ୍ଣବ ପାଣି ଏହାକୁ ଉଦଘାଟନ କରିବେ. ଏହାଛଡା ମଞ୍ଚରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏହି ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି. ଦଶଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର 2 ତାରିଖରେ ଶେଷ ହେବ. ପ୍ରତି ସନ୍ଧ୍ୟାରେ ପାରମ୍ପରିକ ଲୋକନୃତ୍ୟ ପରିବେଷଣ ହେବାସହ ଲୋକଙ୍କ ମନୋରଞ୍ଜନ ପାଇଁ କଣ୍ଠଶିଳ୍ପୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସଂଗୀତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ.

LEAVE A REPLY

Please enter your comment!
Please enter your name here