ବଲାଙ୍ଗୀରରେ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ. ଶ୍ରୀରାମ ନଗରରେ ଥିବା ଏସବିଆଇର ମୁଖ୍ୟ ବ୍ରାଞ୍ଚ ନିକଟରେ ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ ବିପୁଳ ପରିମାଣର ଦେଶୀମଦ ଜବତ କରିଛି. ଦେଶୀମଦ ଜବତ କରିବା ସହ ଜଣେ ମହିଳା ଏବଂ ତା ପୁଅକୁ ଅଟକ ରଖିଥିଲା ପୋଲିସ୍. ତେବେ  ପୋଲିସ୍ କବଳରୁ ମହିଳାଙ୍କ ପୁଅ ଖସିଯାଇ ଫେରାର୍ ଥିବା ସୂଚନା ମିଳିଛି. ସୂଚନା ମୁତାବକ, ଏସବିଆଇ ବ୍ରାଞ୍ଚ୍ ନିକଟରେ ଦେଶୀମଦ କାରବାର ବହୁଦିନ ଧରି ଚାଲିଥିଲା ଏବଂ ଏହାକୁ ନେଇ ପୋଲିସ୍ ପାଖରେ ପୂରା ସୂଚନା ମଧ୍ୟ ରହିଥିଲା. କିନ୍ତୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପୋଲିସ୍ କିଛି ଆକ୍ସନ ନେଉନଥିଲା. ବର୍ତ୍ତମାନ ଟାଉନ୍ ଥାନା ଆଇଆଇସିଙ୍କ ନେତୃତ୍ୱରେ ପୋଲିସ୍ ଚଢଉ ଆରମ୍ଭ କରିଛି ଏବଂ ଚଢଉ କରିବା ପରେ ସେଠାରୁ 500ଟି ଅଧିକ ମଦ ପ୍ୟାକେଟ ଜବତ କରାଯାଇଛି.

LEAVE A REPLY

Please enter your comment!
Please enter your name here