ହକି ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ ଖେଳାଳି। ବିଶ୍ୱକପ ପାଇଁ ଘୋଷିତ ୧୮ଜଣିଆ ଟିମରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଦୁଇ ଖେଳାଳି ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ମନପ୍ରୀତ ସିଂଙ୍କ ନେତୃତ୍ୱରେ ବିଶ୍ୱକପ ପାଇଁ ପଡ଼ିଆକୁ ଓହ୍ଲାଇବ ଦଳ । ଏଥିରେ ବିଶ୍ୱର ବଛାବଛା ୧୬ଟି ଦେଶ ଅଂଶ ଗ୍ରହଣ କରିଛନ୍ତି । ଗତ ଅକ୍ଟୋବରରେ କଳିଙ୍ଗ ଷ୍ଟାଡ଼ିୟମରେ ହୋଇଥିବା ୨୫ ଜଣିଆ ପ୍ରଶିକ୍ଷଣ ଶିବିରରେ ଦୁଇ ଓଡିଆ ଖେଳାଳିଙ୍କ ନାଁ ନଥିଲା । ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା ।

ସେହିପରି ଚିଙ୍ଗଲେସନା ସିଂ କାଙ୍ଗୁଜାମ ଦଳର ଉପ-ଅଧିକନାୟକ ଦାୟିତ୍ୱଭାର ଦିଆଯାଇଥିବା ବେଳେ ଭାରତୀୟ ଦଳର ଡିଫେନ୍ସ ଭାର ତୁଲାଇବେ ଓଡ଼ିଆ ପୁଅ ଅମିତ୍ ରୋହିଦାସ ଏବଂ ସୁରେନ୍ଦ୍ର କୁମାର । ଏହାସହ ଡ୍ରାଗଫ୍ଲିକର୍ସରେ ପାରଙ୍ଗମଥିବା ଭାରତୀୟ ଦଳର ଯୁବ ତାରକା ଖେଳାଳୀ କୋଠାଜିତ୍ ସିଂ, ହରମନପ୍ରୀତ୍ ସିଂ ଏବଂ ବରୁଣ କୁମାରଙ୍କୁ ସ୍ଥାନ ମିଳିଛି । ଫରୱାର୍ଡରେ ଆକାଶଦୀପ ସିଂ, ଦିଲପ୍ରୀତ ସିଂ,ଲଲିତ୍ ଉପାଧେୟ ଏବଂ ମନ୍ଦୀପ ସିଂଙ୍କ ସହ ସିମ୍ରନଜିତ୍ ସିଂଙ୍କ ଭଳି ଅଭିଜ୍ଞ ଖେଳାଳୀ । ମିଡଫିଲ୍ଡର ଦାୟିତ୍ୱ ସମ୍ଭାଳିବ ଅଧିନାୟକ ମନପ୍ରୀତ ସିଂ, ଚିଙ୍ଗଲେସନା ସିଂ କାଙ୍ଗୁଜାମ, ନୀଳକଣ୍ଠ ଶର୍ମା ଏବଂ ହାର୍ଦ୍ଦିକ ସିଂଙ୍କ ଭଳି ଯୁବ ଖେଳାଳୀ ।

ତେବେ ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡ଼ିୟରେ ଖେଳାଯିବାକୁଥିବା କୁରୁଷ ହକି ବିଶ୍ୱକପ୍ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ।

LEAVE A REPLY

Please enter your comment!
Please enter your name here