ଧାର୍ଯ୍ୟ ସମୟ ବାହାରେ ବାଣ ଫୁଟାଇ ଫସିଗଲେ ଶତାଧିକ ଲୋକ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉଳ୍ଲଂଘନ ନେଇ ଶତାଧିକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଟ୍ୱିନ୍ ସିଟିର ମୋଟ ୩୭୦ ଜଣଙ୍କ ନାଁରେ ମାମଲା ଏବଂ ଜରିମାନା କରିଛି କମିଶନରେଟ ପୋଲିସ । ୨୩୦ ଜଣଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ୧୪୦ ଜଣଙ୍କୁ କୋର୍ଟ ଚାଲାଣ ପାଇଁ ସୁପାରିସ କରାଯାଇଛି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା । ଦୀପାବଳୀରେ ମାତ୍ର ଦୁଇଘଂଟା ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ ବୋଲି ଅନୁମତି ମିଳିଥିଲା । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳକଙ୍କ ନିର୍ଦ୍ଦେଶକୁ ସମସ୍ତେ ବେଖାତିର କରିଥିଲେ । ମନଇଚ୍ଛା ବାଣ ଫୁଟାଇବା ସହ କଟକଣାର ଅବମାନନା କଲେ ।

LEAVE A REPLY

Please enter your comment!
Please enter your name here