ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଦେବୀପଟ୍ଟନମ ନଦୀରେ ଘଟିଛି ଏକ ବଡ ଧରଣର ଅଘଟଣ | ବୁଡ଼ିଲା ପର୍ଯ୍ୟଟନ ବୋଝେଇ ମୋଟର ଲଞ୍ଚ | ନିଖୋଜ ହୋଇଗଲେ ୨୩ ଜଣ | ଏଥିରେ ୧୧ ଜଣ କର୍ମଚାରାରୀଙ୍କ ସହ ୫୦ଜଣ ଯାତ୍ରୀ ଥିବା ଆସୁଥିବା ସମୟରେ ଘଟିଥିଲା ଏହି ଅଘଟଣ | ଏନେଇ ଖବର ପ୍ରଚାର ହେବା ପରେ ଉଦ୍ଧାର ପାଇଁ ଜାତୀୟ ଉଦ୍ଧାରକାରୀ ଦଳ ଏନ୍‌ଡିଆରଏଫ୍‌ ପକ୍ଷରୁ ୩୦ ଜଣ ଲେଖାଏ ସଦସ୍ୟ ଥିବା ୨ଟି ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହି ମୋଟର ଲଞ୍ଚ ରାଜମହେନ୍ଦ୍ରୀରୁ ପାତିକୁଣ୍ଡୁଲମ୍‌ ଯାଉଥିବା ସୂଚନା ମିଳିଛି । ଏହି ନଦୀରେ ଜଳସ୍ତରର ମାତ୍ରା ଅଧିକ ଥିବା ବେଳେ ହଟାତ ବୃହତ୍‌ ପରିମାଣର ବନ୍ୟାଜଳ ମାଡ଼ି ଆସିଥିବାରୁ ଏହା ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here