ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଶୁକ୍ରବାର ଅପରାହ୍ନ 2.30 ମିନିଟରେ 2 ଦୁର୍ବୃତ୍ତ ପଶି ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରିଛନ୍ତି. ଫଳରେ ମ୍ୟାନେଜର କୈଳାସ ଚନ୍ଦ୍ର ଡୋରାଙ୍କ ପେଟରେ ଗୁଳି ବାଜିଛି. ପରେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. ତେବେ ଘଟଣା ଘଟିବା ସମୟରେ ବ୍ୟାଙ୍କ ସୁରକ୍ଷା କର୍ମୀ ନଥିବା ଜଣା ପଡିଛି. କୈଳାସଙ୍କ ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ମୁହଁରେ କପଡା ବାନ୍ଧି ଆସିଥିଲେ ଏବଂ ତାଙ୍କୁ ଲୋନ ନେବା ବିଷୟରେ ପଚାରିଥିଲେ. ମାତ୍ର ସେତେବେଳେ ମଧ୍ୟାହ୍ନ ଭୋଜନ ସମୟ ଥିବାରୁ କୈଳାସ ପରେ ଆସିବା ପାଇଁ କହିଥିଲେ. ମାତ୍ର ସେମାନେ କୈଳାସଙ୍କ କଥା ନଶୁଣି ସିଧାସଳଖ ବ୍ୟାଙ୍କ ଲକର ଚାବି କେଉଁଠି ବୋଲି ପଚାରିଥିଲେ. କୈଳାସ ମନା କରିବାରୁ ସେମାନେ ହଠାତ୍ କୈଳାସଙ୍କ ଉପରକୁ 2 ରାଉଣ୍ଡ ଗୁଳି ଚାଳନା କରି ଫେରାର୍ ହୋଇଯାଇଥିଲେ. ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here