ଚାଷୀଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର. ଯୋଜନାର ନାଁ ଦିଆଯାଇଛି ‘କାଳିଆ’. ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ଚାଷୀଙ୍କ ପାଇଁ ‘କାଳିଆ’ (କୃଷକ ଆସିଷ୍ଟାଣ୍ଟ୍ସ ଫର୍ ଲାଇଭଲିହୁଡ ଆଣ୍ଡ ଇନକମ ଅଗମେଣ୍ଟେସନ )ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତିବର୍ଷ 10 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ. ଏଥିରେ ପ୍ରାୟ 5 ଲକ୍ଷ ଚାଷୀ ଉପକୃତ ହୋଇପାରିବେ. ଖରିଫ୍ ଋତୁ ପାଇଁ 5 ହଜାର ଓ ରବି ଋତୁ ପାଇଁ 5 ହଜାର ଟଙ୍କା ଚାଷୀଙ୍କୁ ମିଳିବ ସହାୟତା. ଉକ୍ତ ଟଙ୍କାରେ ଚାଷୀ ବିହନ, ସାର, କୀଟନାଶକ ମଧ୍ୟ କିଣିପାରିବେ. ସେହିପରି ଭୂମିହୀନ ଚାଷୀଙ୍କୁ ଜୀବିକା ପାଇଁ ମିଳିବ ଆର୍ଥିକ ସହାୟତା. ଛେଳି ପାଳନ, ବତକ ପାଳନ ଓ ମାଛ ଚାଷ ପାଇଁ ଚାଷୀଙ୍କୁ ପରିବାର ପିଚ୍ଛା 12500 ଟଙ୍କା ଲେଖାଁଏ ସହାୟତା ସରକାର ଯୋଗାଇଦେବେ. ଚାଷୀ ଓ କୃଷି ଶ୍ରମିକଙ୍କୁ ମିଳିବ 2 ଲକ୍ଷ ଟଙ୍କାର ଜୀବନ ବୀମା. ଯଦି ଚାଷୀ ଦୁର୍ଘଟଣାର ଶିକାର ହୁଅନ୍ତି ତାହେଲେ ସେଥିପାଇଁ 2 ଲକ୍ଷ ଟଙ୍କାର ବୀମା ସୁରକ୍ଷା ସରକାରଙ୍କ ତରଫରୁ ମଧ୍ୟ ପ୍ରଦାନ କରାଯିବ. 50 ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କୁ ବିନା ସୁଧରେ ଋଣ ମଧ୍ୟ ମିଳିପାରିବ ଏହି କାଳିଆ ଯୋଜନାରେ.ପୂର୍ବୋକ୍ତ 2 ଯୋଜନାରେ ନଥିବା 5 ଲକ୍ଷ ଚାଷୀ ବି ଏହି ସହାୟତା ପାଇପାରିବେ.

LEAVE A REPLY

Please enter your comment!
Please enter your name here