ବିଏମସି ପକ୍ଷରୁ ଏସପ୍ଲାନେଡ ମଲ ପାର୍କିଂ ସ୍ଥାନରେ ଡ୍ରାଇଭିଂ ଟିକା ଅଭିଯାନ ଆରମ୍ଭ ହୋଇଥିଲା । ଏବଂ ଏଥିରେ ଲୋକେ ଖୁସି ଥିବା ଜଣାପଡିଛି । ଡ୍ରାଇଭିଂ ଟିକା ସଫଳ ହେବା ପରେ ଆଜି ଠାରୁ ଆଉ ତିନୋଟି ସ୍ଥାନରେ ସେହିଭଳି ଟିକା ଦେବାକୁ ସ୍ଥିର କରିଛି ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ, କଳ୍ପନା ଛକରେ ଥିବା ଉତ୍କଳ ଗ୍ୟାଲେରିଆ ସମେତ କିଟ୍ ବିଶ୍ୱବିଦ୍ୟାଳୟର କ୍ରିକେଟ ଷ୍ଟାଡିୟମକୁ ବଛାଯାଇଛି । ଏଠାରେ ପ୍ରତିଦିନ ୩୦୦ ଲୋକଙ୍କୁ ଟିକା ଦିଆଯିବ । ସକାଳ ୮ଟା ୩୦ରୁ ଏହି ସବୁ ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି । ଟିକାଦାନ ସ୍ଥଳରେ ଲୋକେ ନିଜ ଗାଡିରୁ ଓହ୍ଲାଇବେ ନାହିଁ । କାର, ବାଇକ କିମ୍ବା ଅଟୋରେ ପାର୍କିଂ ସ୍ଥାନକୁ ଆସିବେ । ନିଜ ମୋବାଇଲ ନମ୍ବର କହି ଭିତରକୁ ପ୍ରବେଶ କରିବା ପରେ ଗାଡିରେ ବସି ରହିବେ । ପ୍ରସ୍ତାନ ଦ୍ୱାରରେ ଟିକା ନେଇ ବାହାରକୁ ବାହାରିବେ । ବାହାରେ ପ୍ରାୟ ଅଧଘଣ୍ଟା ବିଶ୍ରାମ ନେବାପରେ ଘରକୁ ଫେରିବେ ।

LEAVE A REPLY

Please enter your comment!
Please enter your name here