ଭୟଙ୍କର ପରିସ୍ଥିତି । କୋଭିଡ ପରିସ୍ଥିତି କେତେ ଭୟଙ୍କର ହୋଇପାରେ, ତାହା ବର୍ଣ୍ଣନା କରୁଛି ଏ ଘଟଣା । ଗତକାଲି ବିହାରର ବକ୍ସର ନିକଟସ୍ଥ ଗଙ୍ଗାକୂଳରେ ଶତାଧିକ ମୃତଦେହ ଆସି ଲାଗିଥିଲା । ଆଜି ଉତ୍ତରପ୍ରଦେଶର ଗାଜିପୁର ସ୍ଥିତ ଗଙ୍ଗା ନଦୀରେ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ତେବେ ଏତେସଂଖ୍ୟାରେ ମୃତଦେହ ଗଙ୍ଗା ନଦୀକୁ ଆସିଲା କେମିତି । କୁହାଯାଉଛି, କୋଭିଡ ଆକ୍ରାନ୍ତ ରୋଗୀଙ୍କ ମୃତଦେହକୁ ଏମିତି ଗଙ୍ଗା ନଦୀରେ ଭସାଇ ଦିଆଯାଇଛି । ଉତ୍ତର ଭାରତର ଗ୍ରାମାଞ୍ଚଳରେ କୋଭିଡ ଆକ୍ରାନ୍ତ ରୋଗୀଙ୍କ ମୃତଦେହର ଅନ୍ତିମ ସଂସ୍କାର ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକମାନେ ସେମାନଙ୍କ ସଂପର୍କୀୟଙ୍କ ମୃତଦେହକୁ ଏମିତି ଗଙ୍ଗାନଦୀରେ ଭସାଇ ଦେଇଥିବା ଅନୁମାନ କରାଯାଉଛି । ବିହାର ପ୍ରଶାସନ କହିଛି, ନଦୀରେ ମୃତଦେହ ଭସାଇବାର ପରଂପରା ସେମାନଙ୍କ ରାଜ୍ୟରେ ନାହିଁ । ବରଂ ଉତ୍ତରପ୍ରଦେଶରୁ ମୃତଦେହଗୁଡିକ ଭାସି ଆସିଥିବା ପ୍ରଶାସନ ପକ୍ଷରୁ ଯୁକ୍ତି କରାଯାଇଛି । ତେବେ ପ୍ରକୃତରେ ଯଦି ମୃତଦେହଗୁଡିକ କୋଭିଡ ଆକ୍ରାନ୍ତଙ୍କର ହୋଇଥିବ, ତେବେ ନଦୀରେ ଭସାଇବା ଦ୍ବାରା ସଂକ୍ରମଣ ଆହୁରି ବୃଦ୍ଧି ପାଇବା ନାେଇ ଆଶଙ୍କା କରାଯାଉଛି । ଗଙ୍ଗାରେ ମତଦେହ ଭାସୁଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ଓ ସରକାରଙ୍କ ଉପରେ ବର୍ଷିଛନ୍ତି । ବିହାର ଓ ଉତ୍ତରପ୍ରଦେଶ ସରକାର ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । ତେବେ ଗଙ୍ଗାରେ ଶତାଧିକ ମୃତଦେବ ଭାସିବା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here