ଭାରତର ବୃହତ୍ତମ ସେଲୁନ ଚେନ୍ ‘ଜାଭେଦ ହବିବ୍’ ଭୁବନେଶ୍ୱରରେ ଏକ ନୂଆ ଷ୍ଟୋର ଉଦଘାଟିିତ ହୋଇଛି । ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଭାରତର ଏହି ଲୋକ ପ୍ରିୟ ବିୟୁଟି ଷ୍ଟୋର ଖୋଲିଛି । ଜଭେଦ ହବିବ୍ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ହେୟାର ଷ୍ଟାଇଲ ଓ ବିୟୁଟି ଟ୍ରୀଟମେଣ୍ଟ ପ୍ରଦାନ କରି ସାରା ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି । ଜାଭେଦ ହବିବ ବିୟୁଟି ଷ୍ଟୋର ସାରା ଭାରତରେ ୨୪ ଟି ରାଜ୍ୟର ୧୨୫ ଟି ସହରରେ ୮୦୦ ରୁ ଉଦ୍ଧ୍ୱର୍ ଆଉଟଲେଟ ରହିଛି । ଏଠାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲୋକପ୍ରିୟ ବ୍ରାଣ୍ଡର ଉତ୍ପାଦ ମିଳୁଥିବା ସହ ଶିକ୍ଷିିତ ଏବଂ କୁଶଳୀ କାରିଗର ମାନେ କାମ କରୁଛନ୍ତି ଏବଂ ଉତମ ସେବା ପ୍ରଦାନ କରୁଛନ୍ତି । ସ୍ୱଳ୍ପ ଅବଧି ମଧ୍ୟରେ ଏହା ଅନେକ ସେଲିବ୍ରିଟି ଓ ସାଧାରଣ ଲୋକମାନଙ୍କର ଭରଷାଯୋଗ୍ୟ ହୋଇପାରିଛି । ଏହା ବ୍ୟତିତ ଜାଭେଦ ହବିକ୍ ଏକାଡେମୀ ମାଧ୍ୟମରେ ସମଗ୍ର ଦେଶରେ ନୂତନ ହେୟାର ଷ୍ଟାଇଲ୍ର ଏଜୁକେସନ୍ ସହ ଏଥିରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ସ୍ୱପ୍ନ ପୁରଣ କରିବାରେ ସାହାଯ୍ୟ କରୁଛି ।