କିନ୍ନର ମାନଙ୍କ ଉପରେ ଲାଗିଲା କଟକଣା । ଟ୍ରେନ୍ ହେଉ ବା ଷ୍ଟେସନ୍, ଭିତରକୁ ପ୍ରବେଶ କରିପାରିବେନି କିନ୍ନର । କିନ୍ତୁ ସାଧାରଣ ଯାତ୍ରୀ ଭାବରେ ଟ୍ରେନରେ ଯାତ୍ରା କରିପାରିବେ । ଟ୍ରେନ୍ ଭିତରେ ଭିକ୍ଷା ମାଗିପାରିବେ ନାହିଁ କିନ୍ନର । ତେବେ ଗତ ମଙ୍ଗଳବାର ରେଲୱେ କର୍ତ୍ତୁପକ୍ଷ ଓ ରେଳବାଇ ପୋଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତି ନେଇଛନ୍ତି । ତେଣୁ କିନ୍ନର ମାନଙ୍କୁ ଏ ସମ୍ପର୍କ ବିଷୟରେ ବୁଝେଇବେ ପୋଲିସ । ଦିନକୁ ଦିନ ଟ୍ରେନରେ କିନ୍ନର ମାନଙ୍କ କାର୍ଯ୍ୟ ବହୁ କଠୋର ହେବାକୁ ଲାଗୁଛି । କିନ୍ନରମାନେ ଯାତ୍ରୀ ମାନଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ଏବଂ ଯେଇଁ ଯାତ୍ରୀ ଟଙ୍କା ଦେଉନାହାଁନ୍ତି ସେମାନଙ୍କୁ ଗାଳି ଗୁଲଜ କରିବା ସହ ଟ୍ରେନରୁ ଧ୍ୟକା ଦେଇ ମାରିଦେବାର ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏହାଦ୍ୱାରା ଯାତ୍ରୀଙ୍କ ଯିବା ଆସିବାରେ ଅସୁବିଧା ହେଉଥିବାରୁ ରେଳ କତୃର୍ପକ୍ଷ ଏଭଳି ନିଷ୍ପତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here