କଳାହାଣ୍ଡି ଓ ସୋନପୁର ପରେ ଏବେ ସମ୍ବଲପୁର ଏବଂ ରାଜଧାନୀ ଭୁବନେଶ୍ୱରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ରୋଡ୍‌ ଶୋ କରିବା ସହିତ ସାଧାରଣ ସଭାରେ ଯୋଗଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏପ୍ରିଲ ୧୬ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ । ସେହିଦିନ ଦୁଇଟି ସ୍ଥାନରେ ସଭା କରିବେ । ତେବେ ଭୁବନେଶ୍ୱରରେ ରୋଡ଼୍‌ ଶୋ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଶୋଭାଯାତ୍ରା ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ଓୟୁଏଟି ରାସ୍ତା ଦେଇ ବରମୁଣ୍ଡା ପଡ଼ିଆ ଯାଏଁ ଯିବ । ବରମୁଣ୍ଡା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ଏହା ସହିତ ସମ୍ବଲପୁରରେ ମଧ୍ୟ ପ୍ରଚାର କରିବେ ମୋଦୀ ।

LEAVE A REPLY

Please enter your comment!
Please enter your name here