ମାଲକାନଗିରି କୋରୁକଣ୍ଡା ବ୍ଲକରେ ଥିବା 7ଟି ଧାନମଣ୍ଡିର ଧାନବିକ୍ରିକୁ ନେଇ ସମସ୍ୟା. ଚାଷୀମାନେ ମଣ୍ଡିରେ ଧାନ ବିକ୍ରି ପାଇଁ ଧାନ ନେଇ ପହଞ୍ଚିବା ପରେ ମିଲର ଧାନ ଉଠାଉ ନାହାନ୍ତି . ଫଳରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି. ଧାନମଣ୍ଡିରୁ କୌଣସି ମିଲର ଧାନ  ଉଠାଉ ନଥିବା  ପ୍ରତିବାଦରେ ଗୁରୁବାର ଚାଷୀମାନେ ରାଜରାସ୍ତା ଅବରୋଧ କରିଥିଲେ. ଫଳରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା. ଅନ୍ୟପଟେ ଏହି ଆନ୍ଦୋଳନକୁ ସହଯୋଗ କରିଥିଲେ ଜିଲ୍ଲା ଆଦିବାସୀ ସଂଘର ସଭାପତି ଘେନୁ ମୁଦୁଲି ଓ ବ୍ଲକ କଂଗ୍ରେସର ସଭାପତି ବିନାୟକ ପାତ୍ର. ଏହି ଆନ୍ଦୋଳନରେ କୋରୁକଣ୍ଡା ବ୍ଲକର ସମସ୍ତ 7ଟି ପଞ୍ଚାୟତର ଚାଷୀ ଯୋଗ ଦେଇଥିଲେ. ତିନିଦିନ ମଧ୍ୟରେ ସମସ୍ତ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ସେମାନେ ଏହି ଆନ୍ଦୋଳନରୁ ହଟିଥିଲେ.

LEAVE A REPLY

Please enter your comment!
Please enter your name here