ଭୁବନେଶ୍ୱର ବଢେଇବାଙ୍କ ଛକରୁ ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ । ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଏବଂ କଟକରୁ ଅଭିନବ ଉପାୟରେ ଲୁଟ ହେଉଥିଲା ଟଙ୍କା । ଏଟିଏମ କର୍ମଚାରୀଙ୍କ ସନ୍ଦେହ ହେବା ପରେ ଲାଇଭ ସର୍ଭେଲାନ୍ସ ମାଧ୍ୟମରେ ଲୁଟେରାଙ୍କୁ ଧରିଲେ ଏଟିଏମ ମେଣ୍ଟେନାନ୍ସ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ । ଏଟିଏମ ମେସିନକୁ ଭାଙ୍ଗି ଏକ ସ୍ୱତନ୍ତ୍ର ଡିଭାଇସ ଲଗାଉଥିଲେ ଲୁଟେରା । ଯାହାଦ୍ୱାରା ଏଟିଏମକୁ ଆସୁଥିବା ଗ୍ରାହକ ଟଙ୍କା ଉଠାଇପାରୁନଥିଲେ । ଗ୍ରାହକ ଯିବା ପରେ ଉକ୍ତ ଟଙ୍କାକୁ ଉଠାଇନେଉଥିଲେ ଦୁର୍ବୃତ୍ତ । ଦୁଇ ଜଣ ଲୁଟେରାଙ୍କୁ ଲିଙ୍ଗରାଜ ଥାନାରେ ଅଟକ ରଖାଯାଇଥିବାବେଳେ ଅନ୍ୟ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଫେରାର ଲୁଟେରାଙ୍କୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଚାଲିଛି ।

LEAVE A REPLY

Please enter your comment!
Please enter your name here