ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ତାରିଖ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ୍ ପୁରା ବ୍ୟାନ୍ ହେବ । ବର୍ତ୍ତମାନ ରାଜ୍ୟରେ ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି । ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟବହାର କମ କରାଯିବା ସହିତ ଉପଯୁକ୍ତ ଡିସପୋଜ ପାଇଁ ପଞ୍ଚାୟତରାଜକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଙ୍ଗ ସେଣ୍ଟର ନିର୍ମାଣ କରାଯିବ । ଏଥିସହିତ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଷ୍ଟିକର ବିକଳ୍ପ ଭାବରେ କପଡା ଏବଂ କାଗଜ ବ୍ୟାଗ ତିଆରି କରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠି ।

LEAVE A REPLY

Please enter your comment!
Please enter your name here