ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଢୁଥିବା ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଆଉ ଏକ ଟର୍ମିନାଲ ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର. ଏ ନେଇ ସୋମବାର ରାଜ୍ୟ ସରକାର ଓ ସିଭିଲ୍ ଆଭିଏସନ ମିନିଷ୍ଟ୍ରି ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା. ଯେଉଁଥିରେ ଏହି ନିଷ୍ପତି ନିଆଯାଇଛି ବୋଲି ସିଭିଲ୍ ଆଭିଏସନ ମିନିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି. ତେବେ ଏଥିପାଇଁ 930 କୋଟି ଟଙ୍କା ବ୍ୟୟ ହେବ ଏବଂ ଟର୍ମିନାଲ କାମ ଆସନ୍ତା ବର୍ଷ ଜୁଲାଇ ମାସରୁ ଆରମ୍ଭ ହେବ.














