ଦିନକୁ ଦିନ ଘନେଇବାରେ ଲାଗିଛି ଢେଙ୍କାନାଳ ସେଲଟର ହୋମ ବିବାଦ । ଏହି ଘଟଣାରେ ତିନିଜଣ ଗିରଫ ହୋଇଥିଲେ ହେଁ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି । ବିଜେପି ମହିଳା ପ୍ରତିନିଧି ଦଳ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ଦାବି କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ସଭାପତି ପ୍ରଭାତି ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରବିବାର ଢେଙ୍କାନାଳ ସ୍ଥିତ ସେଲଟର ହୋମ ଘଟଣାର ସରଜମିନ ତଦନ୍ତ କରିବା ସହ ତଥ୍ୟ ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ଅନ୍ତେବାସୀଙ୍କୁ ଭେଟି ପାରିନଥିଲେ ବୋଲି କହିଛନ୍ତି ପ୍ରଭାତୀ ପରିଡା । ସେଲଟର ହୋମରେ ହୋଇଥିବା ଅଭାବନୀୟ ଘଟଣା ଲାଗି ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଧମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି ।
ପ୍ରସଙ୍ଗରେ ଇସ୍ତଫା ଦେବାକୁ ମନା କଲେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେପି କଥାରେ ଇସ୍ତଫା ଦିଆଯାଏନି । ମୁଖ୍ୟମନ୍ତ୍ରୀ କହିଲେ ଇସ୍ତଫା ଦିଆଯାଏ । ରାଜ୍ୟର ଯେତେ ବେନିୟମ ଭାବେ ଆଶ୍ରୟ ଗୃହ ଚାଲିଛି ସେ ସବୁ ଉପରେ ଚଢଉ ଚାଲିଛି । ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କିଛି ଅସୁବିଧା ପରିଲକ୍ଷିତ ହେଉଛି ତେବେ ପିଲାମାନଙ୍କୁ ଅନ୍ୟତର ସ୍ତାନାନ୍ତର କରିବାକୁ କୁହାଯାଇଛି । ରାଜ୍ୟର ୨୨୦ଟି ପଞ୍ଜିକୃତ ସିବିଆଇ ରହିଛି । ଏହି ସେଲଟର ହୋମଗୁଡିକ ସେଥିରେ ଅନ୍ତର୍ଭୁକ୍ତ ନେୁହଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।

LEAVE A REPLY

Please enter your comment!
Please enter your name here