ପହଲଗାମ ହମଲା ପରେ ଷ୍ଟେସନରେ ହାଇ ଆଲର୍ଟ । ଭୁବନେଶ୍ୱର ରେଳ ଷ୍ଟେସନରେ ଯାଞ୍ଚକୁ କଡାକଡି କରାଯାଇଛି ଏଥିସହ ଲୋକଙ୍କୁ ସଚେତନ କରାଯାଉଛି । ତନତନ କରି ବ୍ୟାଗ୍ ଠୁ ଆରମ୍ଭ କରି ସବୁକିଛି ଯାଞ୍ଚ କରୁଛି ଆରପିଏଫ୍ ଫୋର୍ସ, ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ GRP କିମ୍ବା RPF କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି ।