ଅନୁଗୋଳ ଜିଲ୍ଲାର ଝରାସିଂହା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ । ଘରେ ନିଆଁ ଲାଗିଯିବାରୁ ଭିତରେ ଥିବା ଦୁଇଜଣ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନିରଶ ସୁରୀ ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସଂପର୍କରେ ଜାଣିବା ପରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛିି ।
ମୃତ ବ୍ୟକ୍ତିମାନେ ବାହାର ରାଜ୍ୟର ଓ ଏଠାରେ ରହି ଏକ ପଥର ଖଣିରେ କାମ କରୁଥିଲେ । ବୁଧବାର ସକାଳେ ଜଣେ ବ୍ୟକ୍ତି ଘର ପୋଡିଯାଇଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ ।