ବାରଖମାରେ ବର୍ବରତା । ଦେଢବର୍ଷର ଶିଶୁକନ୍ୟା ଉପରେ ପାଶବିକ ଅତ୍ୟାଚାର ହୋଇଥିବା ଅଭିଯୋଗ ହୋଇଛି । ଅମାନବିକ କାଣ୍ଡ ଘଟାଇଛି ସମ୍ପର୍କୀୟ କକା । ଗତ ସୋମବାରଠାରୁ ଏହି ଘଟଣା ଘଟିଥି ବାବେଳେ ପୋଲିସ ପିଡିତାଙ୍କ ଅଭିଯୋଗକୁ ଅଣଦେଖା କରିଥିଲା । ଏପରିକି ଏତଲା ରୁଜୁ କରିବା ପାଇଁ ବିଳମ୍ବ କରିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକେ ଓ ରାଜନୈତିକ ଦଳର କର୍ମିମାନେ ଘଟଣାସ୍ଥଳକୁ ଯାଇଥିଲେ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ପରିବାର ଲୋକେ । ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାରେ ପୋଲିସ ଅବହେଳା କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here